ପାର୍ଶ୍ଵଚିତ୍ର

ନିର୍ଦ୍ଦେଶକ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ୟର ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ କାର୍ଯ୍ୟରତ। ନିର୍ଦ୍ଦେଶାଳୟ ପରିଚାଳନାରେ ୩ ଜଣ ଅତିରିକ୍ତ ନିର୍ଦ୍ଦେଶକ, ୬ ଜଣ ଯୁଗ୍ମ ନିର୍ଦ୍ଦେଶକ (ପ୍ରଥମ ପାହ୍ୟା), ୫ ଜଣ ଉପ ନିର୍ଦ୍ଦେଶକ ଏବଂ ୧୦ ଜଣ ବିଭାଗୀୟ ଅଧିକାରୀ ସର୍ବଦା ନିର୍ଦ୍ଦେଶକଙ୍କୁ ସହଯୋଗ କରିଆସୁଛନ୍ତି। ଏତଦବ୍ୟତୀତ ଅନେକ ସହଯୋଗୀ କର୍ମଚାରୀ ଅଧିକାରୀ ମାନଙ୍କୁ କାର୍ଯ୍ୟରେ ସହାୟତା କରୁଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାର ମଙ୍ଗ ସମ୍ଭାଳିଛନ୍ତି। କେତୋଟି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯଥା: ହୀମିକୃତ ଶୁକ୍ର ଭଣ୍ଡାର, ଓଡିଶା ଜୈବୀକ ଟୀକା ଉତ୍ପାଦନ ପ୍ରତିଷ୍ଠାନ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ଓ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦାୟୀତ୍ଵ ନିର୍ବାହ କରିବା ପାଇଁ ୭ ଜଣ ଯୁଗ୍ମ ନିର୍ଦ୍ଦେଶକ(ଦ୍ଵିତୀୟ ପାହ୍ୟା)ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ୧୫୪ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଓ ଉପ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କ୍ଷେତ୍ରୀୟ ସ୍ତରରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୩୫୫ ଜଣ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାର ଅଧିକାରୀ, ୫୪୯ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ ଓ ୩୧୪ ଜଣ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ଅଧିକାରୀ ନିରନ୍ତର କାର୍ଯ୍ୟ କରୁଛନ୍ତି।

ଓମଫେଡ ଏବଂ ଓପୋଲଫେଡ ପରି ଦୁଇଟି ସଂସ୍ଥା ରାଜ୍ୟରେ ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଓ କୁକୁଡା ମାଂସର ଉତ୍ପାଦନ ଓ ବିକ୍ରିବଟା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସତତ ଚେଷ୍ଟିତ ଅଛନ୍ତି।